Author: NAZMEEN PARWEEN

ଓଡ଼ିଶା ଗସ୍ତରେ ଆସିପାରନ୍ତି ଦେଶର ଦୁଇ ଶୀର୍ଷ ନେତୃତ୍ୱ। ଗୋଟିଏ ପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦୁଇ ଭିଭିଆଇପିଙ୍କ ସମ୍ଭାବ୍ୟ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାରୀ ସ୍ତରରେ ଜୋରଦାର ତତ୍ପରତା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅକ୍ଟୋବର ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୮ରୁ ୨୯ ତାରିଖ ମଧ୍ୟରେ ଓଡ଼ିଶାରେ ରହିପାରନ୍ତି। ତେବେ ଏହି ଗସ୍ତ ସମ୍ପର୍କରେ ଚୂଡ଼ାନ୍ତ ସରକାରୀ କାର୍ଯ୍ୟସୂଚୀ ଓ ଅନ୍ୟାନ୍ୟ ବିବରଣୀ ନିଶ୍ଚିତ ହେବା ପରେ ଅଧିକ ସ୍ପଷ୍ଟତା ମିଳିବ। ଆଜି ବସିବ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଦୁଇ ଶୀର୍ଷ ନେତାଙ୍କ ସମ୍ଭାବ୍ୟ ଗସ୍ତକୁ ଦୃଷ୍ଟିରେ ରଖି ଆଜି ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ।…

Read More