Author: NAZMEEN PARWEEN

ଆପଣମାନେ ଜାଣନ୍ତି କି, କେବଳ ‘ଓଡ଼ିଶା ମାଇନିଂ କର୍ପୋରେସନ୍’ (OMC)ର ବାର୍ଷିକ ଟର୍ନଓଭର୍ କେତେ? ବ୍ୟାବସାୟିକ ରିପୋର୍ଟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ କେବଳ ଏହି ଗୋଟିଏ ସଂସ୍ଥା ୧୪,୪୫୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଥିଲା! ଆଜି ଓଡ଼ିଶାର ନନ୍-ଟ୍ୟାକ୍ସ (Non-tax) ରାଜସ୍ୱର ପ୍ରାୟ ୭୫ ପ୍ରତିଶତ କେବଳ ଖଣିରୁ ଆସୁଛି। ଆକଳନ କରାଯାଇଛି ଯେ ୨୦୨୬-୨୭ ବେଳକୁ ଏହି ଖଣି ରାଜସ୍ୱ ପ୍ରାୟ ୫୩,୦୦୦ କୋଟି ଟଙ୍କାରେ ପହଞ୍ଚିଯିବ। ଓଡ଼ିଶାର ଖଣି ଭିତ୍ତିଭୂମି ଓ ଲୌହ ପଥରର ପ୍ରାଚୁର୍ଯ୍ୟ ବର୍ତ୍ତମାନ ଓଡ଼ିଶାରେ ପ୍ରାୟ ୨୪୩ଟି କାର୍ଯ୍ୟକ୍ଷମ ଖଣି ରହିଛି, ଯାହା ଭିତରୁ କେବଳ ୩୬ଟି ହେଉଛି ଲୌହ ପଥର ଖଣି। ଲୌହ ପଥର ବ୍ୟବସାୟ ଏବଂ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ହେଉଛି ଭାରତର ସର୍ବବୃହତ ରାଜ୍ୟ। ଭାରତର ମୋଟ ଲୌହ ପଥର ସଂରକ୍ଷଣର ପ୍ରାୟ ୩୩ ପ୍ରତିଶତ କେବଳ ଓଡ଼ିଶାରେ ରହିଛି। ଓଡ଼ିଶାର ପ୍ରମୁଖ ଖଣିଗୁଡ଼ିକ ଯେପରିକି…

Read More