Author: Sarasinee Subudhi

ଇରାନ ମିସାଇଲ ଆକ୍ରମଣ କରି ଇସ୍ରାଏଲକୁ ମୁହଁତୋଡ଼ ଜବାବ ଦେଇଛି । ଇରାନ ୧୦୦ରୁ ଅଧିକ ବାଲିଷ୍ଟିକ ମିସାଇଲ ନିକ୍ଷେପ କରି ତେଲ ଆଭିଭକୁ ଧୂଆଁ-ଧୂଆଁ କରି ଦେଇଛି । ୧୩ ଜୁନ୍ ରାତିରେ ତେଲ ଆଭିଭରେ ଭୟଙ୍କର ଦୃଶ୍ୟ ଦେଖାଗଲା । ଆକାଶରୁ ବର୍ଷୁଥିବା ମିସାଇଲ, ଜୀବନ ବଞ୍ଚାଇବା ପାଇଁ ଦୌଡୁଥିବା ଓ ବଙ୍କରରେ ଲୁଚୁଥିବା ଲୋକେ ଦର୍ଶାଉଥିଲେ ଯେ ଇରାନ ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କରିଛି । ସତ କହିବାକୁ ଗଲେ, ଇରାନ ଇସ୍ରାଏଲରେ ନରସଂହାର କରିବାକୁ ମନସ୍ଥ କରିଥିଲା, କିନ୍ତୁ ହଠାତ୍ ଏକ ଦେଶ ଇସ୍ରାଏଲ ସଙ୍କଟମୋଚକ ଭାବେ ଉଭା ହୋଇଥିଲା ।  ଇସ୍ରାଏଲର ଅପରେସନ ରାଇଜିଂ ଲାୟନର ଜବାବରେ ଇରାନ ୧୩ ଜୁନରେ ଅପରେସନ ଟ୍ରୁ ପ୍ରମିସ-୩ ଦେଇଥିଲା । ଇସ୍ରାଏଲ ୧୩ ଜୁନ ସକାଳେ ଇରାନରେ ଧ୍ୱଂସଲୀଳା ଚଳାଇଥିଲା । ଫାଇଟର ଜେଟରୁ ବୋମାବର୍ଷଣ କରି ତେହେରାନରେ ହଟଚମଟ ସୃଷ୍ଟି କରିଥିଲା ।…

Read More