Author: Sarasinee Subudhi

ଇସ୍ରାଏଲ ଶୁକ୍ରବାର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଏକ ପୋଷ୍ଟ କରିଥିଲା। ଏଥିରେ ସେମାନେ ସମଗ୍ର ବିଶ୍ୱର ମାନଚିତ୍ର ଦେଖାଇ ଏହା ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ଇରାନ ଏକ ବିଶ୍ୱବ୍ୟାପୀ ବିପଦ। ଏହି ଚିତ୍ରରେ ଭାରତର ମାନଚିତ୍ରକୁ ନେଇ ଏବେ ଇସ୍ରାଏଲକୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ଏହି ମାନଚିତ୍ରରେ ଜମ୍ମୁ-କଶ୍ମୀର ଓ ଲଦାଖର ଅଂଶକୁ ଭାରତର ମାନଚିତ୍ରରେ ଦେଖାଯାଇ ନଥିଲା। ଜମ୍ମୁ-କଶ୍ମୀରକୁ ପାକିସ୍ତାନର ଅଂଶ ଭାବେ ଦେଖାଯାଇଥିଲା। ଆଇଡିଏଫ ଦେଇଛି ସ୍ପଷ୍ଟୀକରଣ ଏହା ପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଭାରତର ଆନ୍ତର୍ଜାତୀୟ ସୀମାର ଭୁଲ ମାନଚିତ୍ର ପୋଷ୍ଟ କରିବା ପାଇଁ କ୍ଷମା ମାଗିଛି। ଏଥିରେ ଭୁଲ ଭାବେ ଜମ୍ମୁ ଓ କଶ୍ମୀରକୁ ପାକିସ୍ତାନ ସହ ସମ୍ପର୍କିତ ଦେଖାଯାଇଥିଲା। ଆଇଡିଏଫ ସ୍ୱୀକାର କରିଛି ଯେ ମାନଚିତ୍ର “ସୀମାକୁ ସଠିକ୍ ଭାବେ ଉପସ୍ଥାପନ କରିବାରେ ବିଫଳ ହୋଇଛି” କିନ୍ତୁ ଦାବି କରିଛି ଯେ ଏହା କେବଳ “କ୍ଷେତ୍ରର ଚିତ୍ରଣ” (illustration of…

Read More