Author: Sarasinee Subudhi

କର୍ମଚାରୀ ଭବିଷ୍ୟ ନିଧି (EPF) ହେଉଛି ଏକ ଯୋଜନା ଯାହା ଅବସର ପାଇଁ ଟଙ୍କା ଜମା କରିବାର ସବୁଠାରୁ ନିରାପଦ ଉପାୟ। ଏଥିରେ ପ୍ରତି ମାସରେ ଆପଣଙ୍କ ଦରମାର ଏକ ଅଂଶ ଏବଂ ଆପଣଙ୍କ କମ୍ପାନୀରୁ କିଛି ଅର୍ଥ ମିଶି ଜମା ହୁଏ। ଏହା ଉପରେ ସୁଧ ମଧ୍ୟ ମିଳେ, ଯାହା ଦ୍ୱାରା ଅବସର ସମୟ ସୁଦ୍ଧା ଏକ ବଡ଼ ପାଣ୍ଠି ତିଆରି ହୁଏ। କିନ୍ତୁ ଏହି ପାଣ୍ଠିର ଲାଭ କେବଳ ତେବେ ମିଳିବ ଯେତେବେଳେ ଆପଣ ଏଥିରେ ନାମାଙ୍କିତ ବ୍ୟକ୍ତି (ନୋମିନି) ଯୋଡ଼ିବେ। ନଚେତ ଆପଣଙ୍କ ମୃତ୍ୟୁ ପରେ ଆପଣଙ୍କ ପରିବାରକୁ ଏହି ଅର୍ଥ ପାଇବାରେ ବହୁତ ଅସୁବିଧା ହୋଇପାରେ। ଆଜି ଆମେ ଆଲୋଚନା କରିବୁ କାହିଁକି EPFରେ ଇ-ନାମାଙ୍କନ ଜରୁରୀ ଏବଂ ଏହାକୁ ଆପଣ କେମିତି କରିପାରିବେ। EPFରେ ନୋମିନି କାହିଁକି ଜରୁରୀ? EPFରେ ନୋମିନି ଯୋଡ଼ିବା ଅତ୍ୟନ୍ତ ଜରୁରୀ। ଯଦି ଆପଣ କାହାରିକି ନାମାଙ୍କିତ ବା ନୋମିନି…

Read More