Author: Sarasinee Subudhi

ଓଡ଼ିଶା ଗାଁରୁ ସହର ରଜ ଉତ୍ସବ ପାଳନ କରୁଥିବା ବେଳେ ବଦଳିବ ପାଗ। ବର୍ଷାରେ ରଜ ଭିଯିବ ବୋଲି ଆକଳନ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନେକ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା ଜାରି କରିଛି। ଉତ୍ତର-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଦ୍ରୁତ ଗତିରେ ରାଜ୍ୟ ଆଡକୁ ମାଡି ଆସୁଥିବା ବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବଳ ବର୍ଷା କରୁଛି ଏବଂ କରିବ ବୋଲି ଜଣା ପଡିଛି। ଏହା ସହିତ ବଜ୍ରପାତ ଏବଂ ଝଡ଼ ପବନ ବୋହିବ ବୋଲି କୁହାଯାଉଛି। ଜୁନ ୧୮ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ, ବିଶେଷକରି ଦକ୍ଷିଣ ଏବଂ ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ମୟୂରଭଞ୍ଜ, କଟକ, ନୟାଗଡ଼, ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି,…

Read More