Author: Sarasinee Subudhi

ରଥଯାତ୍ରା ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭକ୍ତଗଣ ନିଜେ ଦିବ୍ୟ ଏବଂ ଭବ୍ୟ ଅନୁଭୂତି ନେଇ ଫେରିବେ ବୋଲି ନିଜେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଥିଲା। ମାତ୍ର ରଥଯାତ୍ରା ଆରମ୍ଭରୁ ମୋଦକ ଚୋରିରୁ ବିଭ୍ରାଟ ଆରମ୍ଭ ହୋଇଥିବାବେଳେ ରବିବାର ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରବିବାର ପ୍ରତ୍ୟୁଷରେ ଦଳାଚକଟାରେ ୩ ଜଣଙ୍କ ଜୀବନ ଯାଇଛି। ଶ୍ରୀଗୁଣ୍ଡିଚା ସମ୍ମୁଖରେ ଦଳାଚକଟାରେ ୩ ଜଣଙ୍କ ଜୀବନ ଯିବା ଇତିହାସରେ ପ୍ରଥମ ଘଟଣା ହୋଇଥ‌ିବା ବେଳେ ଏହା ଦେଶବ୍ୟାପୀ ଜଗନ୍ନାଥପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି। ଏପରି ଅଭାବନୀୟ ଘଟଣା ପାଇଁ ପରିଚାଳନାଗତ ବିଭ୍ରାଟ, ସରକାରଙ୍କ ଭୂମିକା, ଅପାରଗତା ଏବଂ ହେୟଜ୍ଞାନ ମନୋବୃତ୍ତିକୁ ଦାୟୀ କରାଯାଉଥିବାବେଳେ ରାଜ୍ୟ ସରକାର ନିଜ ଉପରୁ ଦୋଷ ଝାଡ଼ିବାକୁ ପୂରା ଉଦ୍ୟମ ଚଳାଇଛନ୍ତି। ରଥଯାତ୍ରା ନିମନ୍ତେ ଗଠିତ ମନ୍ତ୍ରୀସ୍ତରୀୟ କମିଟି, ଆଇନମନ୍ତ୍ରୀ, ପ୍ରଶାସକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ…

Read More