Author: Sarasinee Subudhi

କୋଲକାତାର ଆଇନ ଛାତ୍ରୀ ଗଣବଳାତ୍କାର ମାମଲାରେ ତୃଣମୂଳ କଂଗ୍ରେସ (ଟିଏମ୍‌) ଭିତରେ ବିବାଦ ଆରମ୍ଭ ହୋଇଛି। ଦଳର ଦୁଇସାଂସଦ କଲ୍ୟାଣ ବାନାର୍ଜୀ ଏବଂ ମହୁଆ ମୋଇତ୍ରଙ୍କ ମଧ୍ୟରେ ତୁତୁ ମେଁମେଁ ଚାଲିଛି। କଲ୍ୟାଣ ବାନାର୍ଜୀ ମହୁଆଙ୍କ ବ୍ୟକ୍ତିଗତ ଜୀବନ ଉପରେ ଆକ୍ଷେପ କରିବା ସହ ତାଙ୍କ ବିବାହକୁ ସମାଲୋଚନା କରିଛନ୍ତି। ମହୁଆ ଏକ ବିବାହ ଓ ପରିବାର ଭାଙ୍ଗିଥ‌ିବା କଲ୍ୟାଣ ବାନାର୍ଜୀ କହିଛନ୍ତି। ନିକଟରେ ବିଜୁ ଜନତା ଦଳ(ବିଜେଡି)ର ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ମହୁଆ ବିବାହ କରିଛନ୍ତି। ବାନାର୍ଜୀ କହିଛନ୍ତି, ‘ମହୁଆ ନିଜ ହନିମୁନ୍ ସାରି ଭାରତ ଫେରିବା ପରେ ମୋ ସହ ଲଢ଼ୁଛନ୍ତି। ସେ ମୋତେ ମହିଳା ବିରୋଧୀ କହୁଛନ୍ତି। ସେ ନିଜେ କ’ଣ? ସେ ୪୦ ବର୍ଷର ଏକ ବିବାହ ଭାଙ୍ଗିଛନ୍ତି ଏବଂ ୬୫ ବର୍ଷ ବୟସର ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଏପରି କରି ସେ କ’ଣ ସେହି ମହିଳାଙ୍କୁ ଆଘାତ ଦେଇନାହାନ୍ତି। ମହୁଆ ଏପରି…

Read More