Author: Sarasinee Subudhi

ଇସ୍ରାଏଲ-ଇରାନ୍ ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ସାମିଲ ହୋଇ ଇରାନ୍‌ର ତିନି ଗୋଟି ପ୍ରମୁଖ ପରମାଣୁ କେନ୍ଦ୍ର ଉପରେ ବୋମା ବର୍ଷା କରିବା ପରେ ପଶ୍ଚିମ ଏସିଆ ଏକ ଅଭୂତପୂର୍ବ ସଂକଟ ଭିତରକୁ ଠେଲିହୋଇ ଯାଇଥିଲା। ତେହରାନ୍ ପ୍ରତିଆକ୍ରମଣ କରିବାକୁ ଶପଥ ନେଇଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ସେପରି କିଛି କରିନାହିଁ । ଅପର ପକ୍ଷରେ ଇସ୍ରାଏଲ ସହିତ ଇରାନ୍‌ର ଯୁଦ୍ଧ ବେଳକୁ ବେଳ ଘନେଇ ଆସୁଥୁଲା ; ଉଭୟ ପକ୍ଷ ପରସ୍ପର ଉପରେ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ କରି ଚାଲିଥିଲେ । ପ୍ରାୟ ବାର ଘଣ୍ଟା ଧରି ଚାଲିଥିବା ଏହି ଯୁଦ୍ଧରେ ବିରାମ ଘଟିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିଛନ୍ତି । କୃତାର ଏଥିପାଇଁ ମଧ୍ୟସ୍ଥତା କରି ଇରାନ୍ ସହିତ ଅସ୍ତ୍ରବିରତି ଆଲୋଚନା କରିବା ପରେ ଇସ୍ରାଏଲ ଏଇ ସର୍ଭରେ ରାଜି ହୋଇଥିଲା ଯେ ଇରାନ୍ ଏହାର ଦେଶ ଉପରେ ଆକ୍ରମଣ ନ କରିବାକୁ ପ୍ରତିଶ୍ରୁତି…

Read More