Author: Sarasinee Subudhi

ବଲିଉଡ ହିରୋଇନମାନଙ୍କ ଡ୍ୟାନ୍ସ କଥା ଆସିଲେ, ପ୍ରିୟଙ୍କା ଚୋପ୍ରା ଜୋନାସ୍‍ଙ୍କ ପାଖରେ ପ୍ରାୟ ଏବେର ନାୟିକା ଫିକା ଲାଗନ୍ତି । ବିଦେଶୀ ଜାଜ୍ ଠାରୁ ବଲିଉଡ୍ ଠୁମକା ପର୍ଯ୍ୟନ୍ତ ସବୁଥିରେ ପାରଙ୍ଗମ ଅଟନ୍ତି ଦେଶୀ ଗାର୍ଲ। ଏବେ ଓଡ଼ିଶାର ଛଉ ନୃତ୍ୟ ପ୍ରେମରେ ପଡିଛନ୍ତି ଦେଶୀ ଗାର୍ଲ। ଭାରତର ସବୁଠାରୁ ଚ୍ୟାଲେଞ୍ଜିଂ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ଶାସ୍ତ୍ରୀୟ ନୃତ୍ୟ – ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଛଉ ନୃତ୍ୟରେ ଗଭୀର ଭାବରେ ବୁଡ଼ି ରହିଛନ୍ତି ପ୍ରିୟଙ୍କା ବୋଲି କୁହାଯାଉଛି। ଏସଏସ ରାଜମୌଲି ନିର୍ମିତ ଏବଂ ମହେଶ ବାବୁଙ୍କ ଅଭିନୀତ SSMB29 ରେ ନାୟିକା ଭବେ ଅଭିନୟ କରୁଛନ୍ତି ପ୍ରିୟଙ୍କା। ଏଥିରେ ରହିଥିବା ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ପ୍ରିୟଙ୍କା ଓଡ଼ିଶାର ଆଦିବାସୀ ସାମରିକ ପରମ୍ପରାର ମୂଳ ଥିବା ଏକ ଅର୍ଦ୍ଧ-ଶାସ୍ତ୍ରୀୟ ନୃତ୍ୟ ରୂପ ମୟୂରଭଞ୍ଜ ଛଉର ତାଲିମ ନେଇଛନ୍ତି । ଫିଲ୍ମର ଜଣେ କୋରିୟଗ୍ରାଫର କହିଛନ୍ତି ଯେ, “ଏହା ସବୁବେଳେ ଘଟିନଥାଏ…

Read More