Author: Sarasinee Subudhi

ତିନିଟି ଜୀବନ ଚାଲିଯିବା ପରେ ସରକାର ଏବଂ ଭାରତୀୟ ଜନତାପାର୍ଟିର ବିରାଟ କ୍ଷତି ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଗନ୍ନାଥ ଭକ୍ତଙ୍କ ପାଖରେ ଅବହେଳା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। କିନ୍ତୁ ଜାତିର ଦେବତା ଜଗନ୍ନାଥ ଏବଂ ବଡ଼ଭାଇ ବଳଭଦ୍ରଙ୍କ ପାଖରେ କ୍ଷମା ମାଗିବାକୁ ମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀ ଏତେ ଅମଙ୍ଗ କାହିଁକି? ଜଗନ୍ନାଥଙ୍କ ପାଖରେ କ୍ଷମା ମାଗି କେହି କେବେ ଛୋଟ ହୋଇଯାଆନ୍ତି ନାହିଁ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋହନ ପ୍ରଥମ କ୍ୟାବିନେଟ୍‍ ବୈଠକ ସାରିବା ପରେ ଜଗନ୍ନାଥ ଦର୍ଶନ ନିମନ୍ତେ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କୁ ଧରି ପ୍ରଥମେ ପୁରୀ ଯାଇଥିଲେ। ଚାରି ଦ୍ଵାର ସେହିଦିନ ଖୋଲା ଯାଇଥିଲା। କିନ୍ତୁ ଗତ କିଛିଦିନ ହେଲା ଜଗନ୍ନାଥଙ୍କୁ କେନ୍ଦ୍ର କରି କିଛି ଅଘଟଣ ଘଟିବା ପରେ ସୁରୁଖୁରୁରେ ରଥଯାତ୍ରା ଯେଭଳି ସରିବ ସେଥିପାଇଁ ସରକାର ଜଗନ୍ନାଥଙ୍କ ପାଖରେ ଶରଣ ପଶିବା ଉଚିତ ଥିଲା। ଯଦି ସରକାରଙ୍କର ବିଶ୍ୱାସ ଯେ,…

Read More