Author: Sarasinee Subudhi

ମହାକାଶରେ ସମୟ ଗଣନା କରିବା ଏକ ଜଟିଳ ପ୍ରକ୍ରିୟା। ପୃଥିବୀରେ ଆମେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଆଧାରରେ ଦିନ ଓ ରାତି ନିର୍ଦ୍ଧାରଣ କରୁଥିବା ବେଳେ, ମହାକାଶ ଷ୍ଟେସନରେ ଏହା ଏକ ଭିନ୍ନ କାହାଣୀ। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ପୃଥିବୀକୁ ପ୍ରତି ୯୦ ମିନିଟରେ ଥରେ ପରିକ୍ରମା କରେ, ଯାହା ଅର୍ଥ ମହାକାଶଚାରୀମାନେ ପ୍ରତି ୨୪ ଘଣ୍ଟାରେ ୧୬ ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖନ୍ତି। ତେବେ ଏପରି ପରିସ୍ଥିତିରେ ମହାକାଶଚାରୀମାନେ ସମୟ ଗଣନା କିପରି କରନ୍ତି? ଆଇଏସଏସରେ କେଉଁ ଟାଇମଜୋନ ବ୍ୟବହାର ହୁଏ? ଆସନ୍ତୁ ଜାଣିବା। ଆଇଏସଏସରେ କେଉଁ ଟାଇମଜୋନ ବ୍ୟବହୃତ ହୁଏ? ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ସମୟ ଗଣନା ପାଇଁ ‘କୋଅର୍ଡିନେଟେଡ ୟୁନିଭର୍ସାଲ ଟାଇମ’ (UTC) ବ୍ୟବହାର କରାଯାଏ। UTC ହେଉଛି ଏକ ଆନ୍ତର୍ଜାତୀୟ ମାନକ ସମୟ, ଯାହାକୁ ଗ୍ରୀନୱିଚ ମିନ ଟାଇମ (GMT) ସହ ମିଶାଇ ଦିଆଯାଏ। ଏହା ପୃଥିବୀର କୌଣସି ନିର୍ଦ୍ଦିଷ୍ଟ ଦେଶର ଟାଇମଜୋନ…

Read More