Author: Sarasinee Subudhi

ଅର୍ବୁଦପତି ଏଲନ ମସ୍କ ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିଚାଲିଛି। ‘ଓ୍ଵାନ ବିଗ ବ୍ୟୁଟିଫୁଲ ବିଲ’କୁ ନେଇ ଆରମ୍ଭ ହୋଇଥିବା ବିବାଦରେ ଉଭୟେ ପରସ୍ପରକୁ ଧମକ ଦେଉଛନ୍ତି। ଏଲନ ମସ୍କଙ୍କ ଏହି ବିଲକୁ ନିମ୍ନମାନର ବୋଲି କହିବା ଓ ନୂଆ ରାଜନୈତିକ ଦଳ ଗଠନ କରିବାର କଥା କହିବା ପରେ ଟ୍ରମ୍ପ ପାଲଟା ଜବାବ ଦେଇଛନ୍ତି। ଟ୍ରମ୍ପ ମସ୍କଙ୍କ କମ୍ପାନୀଗୁଡ଼ିକୁ ମିଳୁଥିବା ସବସିଡିରେ କାଟଛାଟ କରିବାର ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଏପରି ହେଲେ ମସ୍କଙ୍କୁ ବ୍ୟବସାୟ ଛାଡ଼ି ଦକ୍ଷିଣ ଆଫ୍ରିକାକୁ ଫେରିଯିବାକୁ ପଡ଼ିବ। ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସୋସିଆଲ ମିଡିଆରେ କହିଛନ୍ତି, “ଏଲନ ବୋଧହୁଏ ଇତିହାସରେ ଅନ୍ୟ ଯେ କୌଣସି ବ୍ୟକ୍ତିଙ୍କ ତୁଳନାରେ ଅଧିକ ସବସିଡି ପାଇଛନ୍ତି। ସବସିଡି ବିନା ତାଙ୍କୁ ନିଜ ଦୋକାନ ବନ୍ଦ କରି ଦକ୍ଷିଣ ଆଫ୍ରିକା ଫେରିଯିବାକୁ ପଡ଼ିବ। ସବସିଡି ବନ୍ଦ ହେଲେ ରକେଟ ଲଞ୍ଚ, ସାଟେଲାଇଟ କିମ୍ବା ଇଲେକ୍ଟ୍ରିକ…

Read More