Author: Sarasinee Subudhi

ନିକଟରେ ଆମେରିକା ଇରାନର ଫୋର୍ଡୋ ପରମାଣୁ କେନ୍ଦ୍ର ଉପରେ ତାହାର B-2 ବୋମାବର୍ଷକ ବିମାନରୁ ବଙ୍କର-ବଷ୍ଟର (GBU-57/A ମାସିଭ ଅର୍ଡନାନ୍ସ ପେନେଟ୍ରେଟର) ବୋମା ପକାଇଥିଲା। ଏହି ବିମାନ ଆକ୍ରମଣରେ ଇରାନର ପ୍ରମୁଖ ପରମାଣୁ କେନ୍ଦ୍ରକୁ ବେଶ କ୍ଷତି ପହଞ୍ଚିଥିଲା। ଏବେ ଭାରତ ମଧ୍ୟ ବଙ୍କର ବଷ୍ଟର ବୋମା ତିଆରି କରୁଛି, ଯାହା କଂକ୍ରିଟର ମୋଟା ସ୍ତର ତଳେ ଲୁଚି ରହିଥିବା ଶତ୍ରୁଙ୍କ ଅଡ୍ଡାକୁ ମଧ୍ୟ ଭେଦ କରିପାରିବ। ଏହି ବଙ୍କର ବଷ୍ଟର ବୋମା ଅଗ୍ନି-୫ ମିସାଇଲରେ ଲାଗିଥିବା ଓ୍ଵାରହେଡରେ ସଂଯୋଜିତ ହେବ। ଆସନ୍ତୁ ଜାଣିବା ଏହି ବଙ୍କର ବଷ୍ଟର ବୋମା କେତେ ବିପଜ୍ଜନକ। ଆମେରିକାଠାରୁ ଶକ୍ତିଶାଳୀ ଭାରତର ବଙ୍କର ବଷ୍ଟର ବୋମା ଭାରତର ବଙ୍କର ବଷ୍ଟର ବୋମା ଭୂମି ତଳେ ୮୦ରୁ ୧୦୦ ମିଟର ପର୍ଯ୍ୟନ୍ତ ଶତ୍ରୁଙ୍କ ଅଡ୍ଡାକୁ ଭେଦ କରି ନଷ୍ଟ କରିବାରେ ସମର୍ଥ। ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO) ଅଗ୍ନି-୫ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲର ଏକ…

Read More