Author: Sarasinee Subudhi

ବନ୍ୟାରେ ଭାସୁଛି ଉତ୍ତର ଓଡ଼ିଶା, ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବଢ଼ି ପାଣି। ନାଁ ଖାଇବାକୁ ରନ୍ଧା ଖାଦ୍ୟ ଭଲରେ ମିଳୁଛି ନାଁ ପିବାକୁ ସ୍ୱଚ୍ଛ ପାଣି ମୁନ୍ଦେ ମିଳୁଛି। ଜଳବନ୍ଦୀ ଯନ୍ତ୍ରଣା ଭିତରେ ଛଟପଟ ହେଉଛନ୍ତି ଉତ୍ତର ଓଡ଼ିଶାର ହଜାର ହଜାର ପରିବାର। ଲାଗ୍ ଲାଗ୍ ଦୁଇ ଦୁଇଟି ବନ୍ୟା ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି, ସରକାରୀ ସହାୟତା ଅପେକ୍ଷାରେ ଚାତକ ଭଳି ବନ୍ୟାପ୍ରଭାବିତ ଲୋକ ଚାହିଁ ରହିଥିଲେ ମଧ୍ୟ ବାବୁମାନଙ୍କର ଦେଖା ନାହିଁ। ଦେଖାବି କେମିତି ମିଳିବ ଜଣେ ବାବୁ ମାଡ଼ ଖାଇଲେ ଯେ ସମସ୍ତଙ୍କ ଦେହ ପରା ପିଡ଼ା ହୋଇଛି। ବନ୍ୟା ପାଣି ଭିତରେ ଲୋକଙ୍କୁ ସଙ୍କଟରେ ଛାଡିଦେଇ ସମୂହ ଛିଟିରେ ଯାଇଛନ୍ତି ଓଏଏସ,ଓଆରଏସ ଅଫିସର। ତେବେ ସବୁଠୁ ବଡ଼ ପ୍ରଶ୍ନ ଏ ବାବୁମାନେ କାହା ଇସାରାରେ କାମ କରୁଛନ୍ତି? ବାବୁମାନେ ଲୋକ ସେବକ ନାଁ ଦଳୀୟ ଏଜେଣ୍ଡ? ବାଲେଶ୍ୱର, ବସ୍ତା, ଉଦଳା, ବାରିପଦା, କେନ୍ଦ୍ରାପଡ଼ା ଭଳି…

Read More