Author: Sarasinee Subudhi

ଆଜିକା ସମୟରେ ଅଧାରୁ ଅଧିକ ଳୋକ ଫ୍ୟାଟି ଲିଭରକୁ ନେଇ ଚିନ୍ତିତ ରହୁଛନ୍ତି। ଖୁବ କମ ବଯସର ପିଲା ମଧ୍ୟ ଫ୍ୟାଟି ଲିଭରରେ ପୀଡ଼ିତ ହେଉଛନ୍ତି। ଏଥିପାଇଁ ଡାକ୍ତରଙ୍କୁ ଦେଖାଇ ମୋଟା ଅଙ୍କର ଟଙ୍କା ଔଷଧ ପାଇଁ ସାରନ୍ତି। ଓଡ଼ିଶାରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ମହଙ୍ଗା ଔଷଧ ବଦଳରେ, ଦୈନିକ ପାଞ୍ଚ କିଲୋମିଟର ଚାଲିବା, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନରେ ଅଧା ପ୍ଲେଟ୍ ଖାଦ୍ୟ ଖାଇବା ଦ୍ୱାରା ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର ରୋଗ ଶୀଘ୍ର ଭଲ ହୋଇପାରେ। ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର ରୋଗ ଲିଭର କର୍କଟ ଏବଂ ସିରୋସିସ୍ ଭଳି ଗମ୍ଭୀର ରୋଗର ଏକ ପ୍ରମୁଖ କାରଣ ହୋଇଥାଏ। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦେଶରେ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ସମସ୍ୟା ଭାବରେ ଏହା ଉଭା ହୋଇଛି, କିନ୍ତୁ ଏହି ଅଧ୍ୟୟନ ଏହାର ଚିକିତ୍ସା ପାଇଁ ଔଷଧ ଉପରେ ବଢ଼ୁଥିବା ନିର୍ଭରଶୀଳତାକୁ ଚ୍ୟାଲେଞ୍ଜ କରିଛି। ପ୍ରସିଦ୍ଧ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଏବଂ କଟକର…

Read More