Author: Sarasinee Subudhi

କ୍ୱାଡ୍ ଗୋଷ୍ଠୀର ବୈଦେଶିକ ମନ୍ତ୍ରୀମାନେ – ଆମେରିକା, ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆ – ବୁଧବାର ଦିନ ଜମ୍ମୁ ଏବଂ କାଶ୍ମୀରର ପହଲଗାମ୍ ରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି, ଯେଉଁଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏକ ମିଳିତ ବିବୃତ୍ତିରେ, ଆମେରିକା, ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀମାନେ ଏପ୍ରିଲ ୨୨ରେ ହୋଇଥିବା ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପଛରେ ଥିବା ଲୋକଙ୍କୁ ନ୍ୟାୟୀକ କାଠଗଡାକୁ ଟାଣିବା ପାଇଁ ଅନୁରୋଧ କରିଛନ୍ତି। କ୍ୱାଡ୍ ମିଳିତ ବିବୃତ୍ତିରେ କୁହାଯାଇଛି ଯେ ସେମାନେ ଏପ୍ରିଲ ୨୨ରେ ହୋଇଥିବା ପହଲଗାମ୍ ଆକ୍ରମଣର ଅପରାଧୀ, ପ୍ରାୟୋଜକ ଏବଂ ଆର୍ଥିକ ସହାୟତା ପ୍ରଦାନକାରୀଙ୍କୁ ନ୍ୟାୟୀକ କାଠଗଡାକୁ ଆଣିବା ପାଇଁ ଆହ୍ୱାନ କରୁଛୁ। ଏପ୍ରିଲ ୨୨ ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମ୍ ସହରର ବୈସାରଣରେ ଆତଙ୍କବାଦୀମାନେ ଗୁଳି ଚଳାଇ ୨୬ ଜଣଙ୍କୁ ହତ୍ୟା କରିଥିଲେ, ଯାହାଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ…

Read More