Author: Sarasinee Subudhi

ଗଞ୍ଜାମ ଜିଲ୍ଲା ଧରାକୋଟଠାରେ ଅନୁସୂଚିତ ଜାତିର ଦୁଇଜଣ ବ୍ୟକ୍ତିଙ୍କ ଉପରେ ହୋଇଥିବା ଅମାନବୀୟ ଅତ୍ୟାଚାର ସମ୍ପର୍କିତ ଖବରକୁ ଭିତ୍ତିକରି ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍‍ଆର୍‍ସି)ଙ୍କ ପକ୍ଷରୁ ନିଜଆଡ଼ୁ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରି କମିଶନ ୨ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି। ଏହାସହ ନିଜ ରିପୋର୍ଟରେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକ ଅପରାଧୀଙ୍କ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ଉଭୟ ପୀଡ଼ିତଙ୍କୁ ଯଦି କିଛି କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ସେ ବିଷୟରେ ଉଲ୍ଲେଖ କରିବାକୁ କୁହାଯାଇଛି। ଜୁନ୍‍ ୨୫ ତାରିଖରେ ଗଞ୍ଜାମ ଜିଲ୍ଲାରେ ଦୁଇଜଣ ଅନୁସୂଚିତ ଜାତି ବର୍ଗର ଯୁବକଙ୍କୁ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ମାଡ଼ ମାରିବା, ଘାସ ଖୁଆଇବା ଏବଂ ନାଳ ପାଣି ପିଇବାକୁ ବାଧ୍ୟ କରାଯାଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ସେମାନଙ୍କ ମୋବାଇଲ୍ ଫୋନ୍…

Read More