Author: Sarasinee Subudhi

ମଣିପୁରରେ ଯଦିଓ ହିଂସା କମିନାହିଁ ତଥାପି ଏବେ ସେଠାରେ ରାଜନୀତିକ କାର୍ଯ୍ୟକଳାପ ଆରମ୍ଭ ହୋଇ ଯାଇଥିବା ନିଶ୍ଚିତ ଭାବରେ ଭଲ ଖବର। ଦୁଇ ଦିନ ତଳେ ଚାରିଜଣଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ସେଠାରେ ଅବସ୍ଥା ବିଗିଡ଼ିଛି। ମଣିପୁର ସର୍ବବୃହତ୍ ତଥା ଭୟାବହ ସାମ୍ପ୍ରଦାୟିକ ସଂଘର୍ଷର ଶିକାର ହୋଇ ଆସିଛି ଯେଉଁଥରେ ୨୫୦ରୁ ଅଧ‌ିକ ସଂଖ୍ୟକ ଲୋକ ପ୍ରାଣ ହରାଇବା ସହିତ ହଜାର ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି। ତଥାପି ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ପଦ୍ମ ଘୁଞ୍ଚି ଘୁଞ୍ଚ ଯିବା ଭଳି ଅବସ୍ଥାରେ ଏଯାବତ୍ ରହିଛି। ଏଭଳି ଏକ ପ୍ରେକ୍ଷାପଟରେ ବିଜେପି ବିଧାୟକମାନଙ୍କର ଏକ ବର୍ଗ ରାଜ୍ୟରେ ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି। ଏହାଦ୍ୱାରା ସେମାନେ ରାଜ୍ୟରେ ଗତ ଫେବ୍ରୁଆରୀ ମାସଠାରୁ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନର ଅନ୍ତ ଘଟାଇ ଏକ ‘ଲୋକପ୍ରିୟ’ ସରକାର ପ୍ରତିଷ୍ଠା କରିବାକୁ କହିଛନ୍ତି। ତେବେ…

Read More