Author: Sarasinee Subudhi

ଦେବଗଡ଼ ଜିଲ୍ଲାର ତିଳେଇବଣିରେ ଘଟିଛି ଅଭାବନୀୟ ଘଟଣା। ଅଜାତିରେ ବାହା ହୋଇଥିବାରୁ ୮୦ ବର୍ଷୀୟା ବୃଦ୍ଧାଙ୍କ ଶବଦାହ କରିବାକୁ ମନା କରିଦେଲେ ସମ୍ପ୍ରଦାୟର ସଦସ୍ୟମାନେ। ଅଭିଯୋଗ ଅନୁଯାୟୀ ବୃଦ୍ଧାଜଣକ ୫୦ ବର୍ଷ ପୂର୍ବେ ନିଜ ଜାତି ବାହାରେ ବିବାହ କରିଥିଲେ ଯାହାର ଦଣ୍ଡ ତାଙ୍କୁ ଶେଷ ସମୟରେ ମଧ୍ୟ ଭୋଗିବାକୁ ପଡ଼ିଲା। ଦେବଗଡ଼ ଜିଲ୍ଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ଜରାଇକେଲା ଗ୍ରାମରୁ ପିଢ଼ିଗତ ଜାତି ପକ୍ଷପାତର ଏହି ଅଜବ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ଅପରାହ୍ନରେ ୮୦ ବର୍ଷୀୟା ବାସନ୍ତୀ ମହାକୁଡ଼ଙ୍କ ମୃତ୍ୟୁ ଘଟିଥିଲା ​​କିନ୍ତୁ ତାଙ୍କ ସମ୍ପ୍ରଦାୟର ଅନ୍ୟ ସଦସ୍ୟମାନେ ତାଙ୍କୁ ଶେଷ ବିଦାୟ ଦେବାକୁ ମଧ୍ୟ ଆସି ନଥିଲେ। ଏକ ସାମାଜିକ ସଂଗଠନ ଶେଷକୃତ୍ୟ କରିବା ପୂର୍ବରୁ ମୃତ ଶରୀର ସେଇଭଳି ଘଣ୍ଟା ଘଣ୍ଟା ଧରି ପଡି ରହିଥିଲା। ବାସନ୍ତୀ ନିଃସନ୍ତାନ ଥିଲେ ଏବଂ ବାର୍ଦ୍ଧକ୍ୟ ଯୋଗୁଁ ଗତ କିଛି ମାସ ଧରି ଶଯ୍ୟାଶାୟୀ ରହିଥିବା ବେଳେ ମଙ୍ଗଳବାର…

Read More