Author: Sarasinee Subudhi

ଆମେରିକାରେ ନିର୍ମିତ ବ୍ରିଟିଶ ରୟାଲ ନେଭିର ଏକ F-35B ଲାଇଟନିଂ II ଫାଇଟର ଜେଟ୍ ୧୪ ଜୁନ ୨୦୨୫ରୁ କେରଳର ତିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକି ରହିଛି। ଏହା ଏପର୍ଯ୍ୟନ୍ତ ଫେରି ପାରିନାହିଁ। ଏହାକୁ ବିଶ୍ୱର ସବୁଠାରୁ ଆଧୁନିକ ଯୁଦ୍ଧବିମାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଇଣ୍ଡୋ-ପାସିଫିକ ଅଞ୍ଚଳରେ ଏକ ମିଶନ ସମୟରେ ଏହାକୁ କେରଳରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। HMS ପ୍ରିନ୍ସ ଅଫ ଓ୍ୱେଲ୍ସ କାରିଅର ଷ୍ଟ୍ରାଇକ ଗ୍ରୁପର ଏହି ଜେଟ ଏପର୍ଯ୍ୟନ୍ତ ତା’ର କାରିଅରକୁ ଫେରି ପାରିନାହିଁ। ଖବର ଅନୁସାରେ, ପ୍ରଥମେ କମ ଇନ୍ଧନ ଓ ପରେ ଖରାପ ପାଗ ହେତୁ ଏପରି ଘଟିଥିଲା। ପରେ ହାଇଡ୍ରୋଲିକ ସିଷ୍ଟମରେ ଖରାପ ହେବାରୁ ଏହାକୁ ସାଧାରଣ ବିମାନବନ୍ଦରରେ ଅବତରଣ କରିବାକୁ ପଡ଼ିଥିଲା। ସୋସିଆଲ ମିଡିଆରେ ଏହି ପ୍ରଶ୍ନ ଉଠୁଛି ଯେ, ଏହି ବିମାନ କ’ଣ ଭାରତୀୟ ଅଞ୍ଚଳରେ ଗୁଇନ୍ଦାଗିରି କରିବାକୁ ଆସିଥିଲା? ଏହା ମଧ୍ୟ କୁହାଯାଉଛି ଯେ,…

Read More