Author: Sarasinee Subudhi

ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଆସିଲା ବଡ ଖବର। ରାଜ୍ୟ ସରକାର ଗୋଟିଏ ବର୍ଷ ମଧ୍ୟରେ ଚିଟ୍ ଫଣ୍ଡ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଥିବା ୧,୨୬,୧୩୭ କ୍ଷୁଦ୍ର ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ କରିଛନ୍ତି। ବିଜେପି ସରକାରଙ୍କ ଏହି ସଫଳତା ପୂର୍ବ ବିଜେଡି ସରକାରଙ୍କ କାର୍ଯ୍ୟଦକ୍ଷତାଠାରୁ ସମ୍ପୂର୍ଣ୍ଣ ବିପରୀତ ରହିଛି। ଯେତେବେଳେ କି ୨୦୧୪ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ୧୦ ବର୍ଷ ମଧ୍ୟରେ ବିଜେଡି ସରକାର ୨,୭୯,୧୦୯ କ୍ଷୁଦ୍ର ଜମାକାରୀଙ୍କୁ ମାତ୍ର ୧୧୯ କୋଟି ଟଙ୍କା ଫେରସ୍ତ କରିଥିଲା, ଏବେ ମୋହନ ସରକାର ମାତ୍ର ଗୋଟିଏ ବର୍ଷରେ ୪୭.୦୭ କୋଟି ଟଙ୍କା ଫେରସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଜିଲ୍ଲା ସ୍ତରରେ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳ ଏବଂ ବିକେନ୍ଦ୍ରୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେବା ପରେ ତୁରନ୍ତ ଟଙ୍କା ପ୍ରଦାନ ସମ୍ଭବ ହୋଇଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଆଶ୍ୱାସନା…

Read More