Author: Sarasinee Subudhi

ସିଂହଦ୍ବାର ସମ୍ମୁଖରେ ରଥାରୁଢ ଶ୍ରୀଜିଉମାନଙ୍କଠାରେ ଆଜି ଅଧରପଣା ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଚଣ୍ଡୀଚାମୁଣ୍ଡା ଓ ଅଶରୀରୀମାନଙ୍କ ମୁକ୍ତି ପାଇଁ ଏହି ପଣା ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଇ ରଥ ଉପରେ ବିଶାଳକାୟ ଅଧରପଣା ହାଣ୍ଡିଗୁଡିକୁ ଭାଙ୍ଗି ଦିଆଯାଇଥାଏ । ସେହି ପଣାକୁ ମହିମଣ୍ଡଳରେ ଥିବା ସମସ୍ତ ଚଣ୍ଡିଚାମୁଣ୍ଡା ତଥା ଅଶରୀର ଗଣ ପାନ କରି ମୋକ୍ଷ ପ୍ରାପ୍ତ କରିଥା’ନ୍ତି ବୋଲି କୁହାଯାଏ । ଏଥି ପାଇଁ ରଥରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ । ପ୍ରତି ରଥରେ ୩ହାଣ୍ଡି ହିସାବରେ ମୋଟ ୯ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ । ଏହି ୯ହାଣ୍ଡି ପଣାକୁ ପୂଜାପଣ୍ଡା…

Read More