Author: Sarasinee Subudhi

ବ୍ରାଜିଲର ରିଓ ଡି ଜେନେରୋ ଠାରେ ରବିବାର ଦିନ ଆରମ୍ଭ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶ୍ଵିକ ସଂସ୍ଥାଗୁଡ଼ିକ ଉପରେ ସାଙ୍ଘାତିକ ଭାବରେ ବର୍ଷିଛନ୍ତି । ଏହି ସଂସ୍ଥାଗୁଡ଼ିକର କର୍ଯ୍ୟପ୍ରଣାଳୀ ଉପରେ ଆପତ୍ତି ଉଠାଇ ସେ କହିଛନ୍ତି ଯେ ଏମାନେ ସଂଘର୍ଷକୁ ରୋକିପାରୁ ନାହାନ୍ତି। ମହାମାରୀ ଓ ଆର୍ଥିକ ସଂକଟର ମୁକାବିଲା କରିପାରୁ ନାହାନ୍ତି। ଏପରିକି ସାଇବର ଓ ମହାକାଶ କ୍ଷେତ୍ରରେ ଦେଖାଦେଉଥିବା ନୂଆ ବିପଦକୁ ନେଇ କିଛି ସମାଧାନ ବି ଦେଇପାରୁ ନାହାନ୍ତି। ‘ଗ୍ଲୋବାଲ ସାଉଥ’ ବିନା ଏହି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର କୌଣସି ମୂଲ୍ୟ ନାହିଁ । ଏମାନଙ୍କୁ ଦେଖିଲେ ଲାଗୁଛି ଯେମିତି ମୋବାଇଲରେ ସିମ୍ ଅଛି ସତ, କିନ୍ତୁ ନେଟ୍ୱର୍କ ନାହିଁ । ଗ୍ଲୋବାଲ ସାଉଥର ସ୍ଵର ଅଛି ଶାଣିତ ହୋଇଛି। କିନ୍ତୁ ନିଷ୍ପରି ଗ୍ରହଣ ପ୍ରକ୍ରିୟାରେ ଏହି ପ୍ରମୁଖ ଅର୍ଥନୀତିଗୁଡ଼ିକୁ ସାମିଲ୍ କରାଯାଉ ନାହିଁ । ଯେ ପର୍ଯ୍ୟନ୍ତ ଗ୍ଲୋବାଲ୍ ସାଉଥର ସ୍ୱରକୁ ନିଷ୍ପତ୍ତି…

Read More