Author: Sarasinee Subudhi

ଆଜି ଓଡ଼ିଶାର ସକାଳ ମିଠାରେ ମିଠାରେ ଆରମ୍ଭ ହୋଇଛି। ଆମେ ଏମିତି କାହିଁକି କହୁଛୁ ଆପଣ ନିଜେ ଜାଣିପାରିବେ। ଆଜି ହେଉଛି ରସୋଗଲା ଦିବସ ଆଉ ନୀଳାଦ୍ରୀବିଜେ। ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡ ଠାକୁର, ତାପରେ ଯାଇ ବଡ ଦେଉଳରେ ପ୍ରବେଶ କରିବେ ତିନି ଭାଇଭଉଣୀ। ସେଥି ପାଇଁ ଆଜିର ଦିନଟି ରସୋଗଲା ଦିବସ ଭାବେ ପୁରେ ପୁରେ ପରିଚିତ ହୋଇଛି। ପରମ୍ପରା ଅନୁଯାୟୀ ରଥ ନିକଟରେ ରସଗୋଲା କରାଯାଏ । ବର୍ଷ ବର୍ଷ ହେଲା ଚାଲି ଆସୁଛି ଏହି ପରମ୍ପରା । ଆଉ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଆଜି ଓଡ଼ିଶାର ଘରେ ଘରେ ଆଉ କାର୍ଯ୍ୟାଳୟଗୁଡିକରେ ମଧ୍ୟ ପାଳନ ହେଉଛି ରସଗୋଲା ଦିବସ। ନିଜ ଆତ୍ମୀୟ ଆଉ ପ୍ରିୟ ଜନଙ୍କୁ ରସରେ ଜୁଡବୁଡ ମିଠାଟି ଖୁଆଇ ସମ୍ପର୍କର ମଧୁରତା ଏମିତି ରସୁଆଳ ରହୁ ବୋଲି ଲୋକେ ଆଶା…

Read More