Author: Sarasinee Subudhi

ଏବେ ରାଜ୍ୟରେ ବିଶେଷକରି ସହରାଞ୍ଚଳରେ ପନିପରିବା ଦରରେ ଅହେତୁକ ବୃଦ୍ଧି ଘଟିଛି। ସାଧାରଣତଃ ବର୍ଷାରେ ବାଡ଼ି ପନିପରିବା ସହିତ ଚାଷକ୍ଷେତରୁ ବିଭିନ୍ନ ପରିବା ଉତ୍ପାଦନ ଅଧିକ ହେଉଥବାରୁ ଖାଉଟି ଉଚିତ ମୂଲ୍ୟରେ ପରିବା ପାଇବା କଥା। କିନ୍ତୁ ଚଳିତବର୍ଷ ସେଥିରେ ବ୍ୟତିକ୍ରମ ଦେଖାଦେଇଛି। ବିଶେଷକରି ଗତ ଦୁଇସପ୍ତାହ ଧରି ପରିବା ଦର ଆକାଶ ଛୁଆଁ ହୋଇଛି। ଏହାର ତତ୍କାଳ ପ୍ରଭାବ ଋତୁକାଳୀନ ଫଳ ଆମ୍ବ ଉପରେ ପଡ଼ିଛି। କିଲୋ ପିଛା ୨୦ରୁ ୩୦ ଟଙ୍କାରେ ମିଳୁଥିବା ବିଭିନ୍ନ କିସମର ଆମ୍ବର ଦର ଏବେ ପ୍ରାୟ ଚାରିଗୁଣ ବଢ଼ିଯାଇଛି। ବିକ୍ରେତାଙ୍କ କହିବା କଥା ଲଘୁଚାପ ବର୍ଷା ଯୋଗୁଁ ବାହାର ରାଜ୍ୟରୁ ପରିବା ଯୋଗାଣ ବ୍ୟାହତ ହୋଇଛି। ତେଣୁ ବଜାରରେ ଦାମ ମହାଙ୍ଗା ରହିଛି। କିନ୍ତୁ ବର୍ଷାଜନିତ ଗମନାଗମନ ବାଧାପ୍ରାପ୍ତ ହେବା ଭଳି ସ୍ଥିତି ଏ ପର୍ଯ୍ୟନ୍ତ ଓଡ଼ିଶାରେ ସୃଷ୍ଟି ହୋଇନାହିଁ। ତଥାପି ପରିବା ଦର ବଢ଼ିବା ପଛରେ କିଛି କିନ୍ନ କାରଣ ରହିଛି।…

Read More