Author: Sarasinee Subudhi

ଭାରତୀୟ ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନର (ଆରଜିଆଇ) ସୋମବାର ଦିନ କହିଛନ୍ତି ଯେ, ଦେଶରେ ପ୍ରଥମ ଥର ପାଇଁ ଡିଜିଟାଲ ଭାବରେ ପ୍ରକ୍ରିୟା କରାଯିବାରୁ ୨୦୨୭ ଜନଗଣନା ତଥ୍ୟ ପୂର୍ବ ପ୍ରକ୍ରିୟା ଅପେକ୍ଷା ଶୀଘ୍ର ଉପଲବ୍ଧ ହେବ। ପ୍ରଥମ ଡିଜିଟାଲ ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ, ଆରଜିଆଇ ଏବଂ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟରୁ ଏନେଇ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଏଥିରେ କୁହାଯାଇଛି ଯେ “ପ୍ରଥମ ଥର ପାଇଁ, ତଥ୍ୟ ସଂଗ୍ରହ କରିବା ଏବଂ ଏହାକୁ ଏକ କେନ୍ଦ୍ରୀୟ ସର୍ଭରକୁ ଇଲେକ୍ଟ୍ରୋନିକ୍ ଭାବରେ ପଠାଇବା ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯିବ”। ସ୍ୱ-ଗଣନା ସକ୍ଷମ କରିବା ପାଇଁ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍ ଆରମ୍ଭ କରାଯିବ, ଯାହା ଜାତୀୟ ଗଣନା ପ୍ରକ୍ରିୟାର ଉଭୟ ପର୍ଯ୍ୟାୟ ପାଇଁ ଉପଲବ୍ଧ ହେବ। “ଇଂରାଜୀ, ହିନ୍ଦୀ ଏବଂ ଆଞ୍ଚଳିକ ଭାଷାରେ ମୋବାଇଲ୍ ଆପ୍ (ଆଣ୍ଡ୍ରଏଡ୍ ଏବଂ ଆଇଓଏସ ଉଭୟ) ବ୍ୟବହାର କରି ତଥ୍ୟ…

Read More