Author: Sarasinee Subudhi

ଭୁବନେଶ୍ୱର ମେୟର ସୁଲୋଚନା ଦାସ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ସମ୍ପ୍ରତି ହୋଇଥିବା ନୃଶଂସ ଆକ୍ରମଣ ପରେ ସମସ୍ତ ସମର୍ଥନଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି। ମେୟର ଏକ୍ସ ପୋଷ୍ଟରେ କୃତଜ୍ଞତା ଜଣାଇ ଲେଖିଛନ୍ତି, “ଜୁନ୍ ୩୦ ତାରିଖରେ ଆମର ଜଣେ ଅଧିକାରୀଙ୍କ ଉପରେ ନୃଶଂସ ଆକ୍ରମଣ ଘଟଣାରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ସହିତ ଦୃଢ଼ ଭାବରେ ଠିଆ ହୋଇଥିବାରୁ ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି “। ତେବେ ପୋଷ୍ଟଟି ସୁଲୋଚନାଙ୍କ ଉପରେ ଭାରି ପଡ଼ିଛି, ଅନେକ ଲୋକ ପୋଷ୍ଟ ତଳେ ପରାମର୍ଶ ଦେଇଛନ୍ତି ଯେ, ବିଏମସି ଅଧିକାରୀମାନେ ଲୋକଙ୍କ ସ୍ୱାର୍ଥରେ କାମ କରିବା ଉଚିତ। ଜଣେ ୟୁଜର୍ସ ଲେଖିଛନ୍ତି ଓଡ଼ିଶାର ଲୋକମାନେ ଅଧିକାରୀଙ୍କ ସହିତ ଠିଆ ହୋଇଛନ୍ତି କାରଣ ସେମାନେ ଗୁଣ୍ଡାଗିରି ବିରୋଧୀ। ତେବେ ଆଉଜଣେ ୟୁଜର୍ସ ଲେଖିଛନ୍ତି “ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଏହା ଶାନ୍ତିପୂର୍ଣ୍ଣ ରହିବା ଉଚିତ। ବାସ ଏତିକି! ଆପଣ ସେୟାର କରିଥିବା…

Read More