Author: Sarasinee Subudhi

ପୁଅ ପାଇଁ ଅଡୁଆରେ ଖଡଗେ। ଆରଏସଏସ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମଙ୍ଗଳବାର ଦିନ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ୨୦୦୨ ମସିହାରେ ସଂଗଠନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାର ଏକ ଭିଡିଓ ସେୟାର କରିଛି। ଯଦି କଂଗ୍ରେସ ପୁଣି ଥରେ କେନ୍ଦ୍ରରେ କ୍ଷମତାକୁ ଆସେ, ତେବେ ଆରଏସଏସକୁ ସାରା ଦେଶରେ ବ୍ୟାନ କରାଯିବ କହିଥିଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ତଥା କର୍ଣ୍ଣାଟକର ମନ୍ତ୍ରୀ ପ୍ରିୟଙ୍କ ଖଡଗେ। ପ୍ରିୟଙ୍କ ଏଭଳି ବୟାନ ଦେବାର କିଛି ଘଣ୍ଟା ପରେ ମଲ୍ଲିକାର୍ଜୁନ ଖଡଗେଙ୍କ ଏହି ଭିଡିଓ ସାମ୍ନାକୁ ଆସିଛି । ମଙ୍ଗଳବାର ଦିନ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆରଏସଏସ ଦ୍ୱାରା ସେୟାର କରାଯାଇଥିବା ଭିଡିଓ କ୍ଲିପ୍ ସହିତ ଏକ ବାର୍ତ୍ତାରେ କୁହାଯାଇଛି, “୨୫, ୨୬, ୨୭ ଜାନୁଆରୀ ୨୦୦୨ ରେ ବେଙ୍ଗାଲୁରୁର ନାଗାୱାରାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଶାନ୍ତି ସମ୍ମିଳନୀରେ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଅନେକ ପ୍ରମୁଖ…

Read More