Author: Sarasinee Subudhi

ବିଜେଡିକୁ ଲାଗିଛି ବଡ଼ ଝଟକା। ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ମିଶିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଝିଅ ସୁନୀତା ବିଶ୍ୱାଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବୁଧବାର ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏ ସଂପର୍କରେ ଚିଠି ଲେଖି ସୁନୀତା ଜଣାଇଛନ୍ତି। ତାଙ୍କ ଇସ୍ତଫା ପତ୍ରରେ ସୁନୀତା କହିଛନ୍ତି, “ମୁଁ ଆପଣଙ୍କୁ ଜଣାଇବାକୁ ଚିଠିରେ ଜଣାଇବାକୁ ଚାହୁଁ ଛି ଯେ, ବ୍ୟକ୍ତିଗତ କାରଣରୁ, ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଛଅ ବର୍ଷରୁ ଅଧିକ ସମୟ ଧରି ଏହି ସମ୍ମାନଜନକ ସଂଗଠନର ଅଂଶ ହେବା ଏକ ସମ୍ମାନ ଏବଂ ସୌଭାଗ୍ୟର କଥା, ଏବଂ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ମୋତେ ମିଳିଥିବା ସୁଯୋଗ ପାଇଁ ମୁଁ କୃତଜ୍ଞ।” “ମୋ କାର୍ଯ୍ୟକାଳ ମଧ୍ୟରେ, ମୁଁ ଦଳର ଆଦର୍ଶକୁ ବଜାୟ ରଖିବା ଏବଂ…

Read More