Author: Sarasinee Subudhi

ବିହାରରେ ଭୋଟର ତାଲିକା ସମୀକ୍ଷା ଜାରି ରହିବା ନେଇ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ । ନଭେମ୍ବରରେ ହେବାକୁ ଥିବା ବିହାର ନିର୍ବାଚନ ପାଇଁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)କୁ ଯୋଡ଼ିବା ନେଇ ସୁପ୍ରିମକୋର୍ଟ ଭାରତୀୟ ନିର୍ବାଚନ କମିଶନ (ECI)ଙ୍କୁ ଆଶ୍ଵସ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚନ କମିଶନର ଏହି ପଦକ୍ଷେପ ତର୍କ ଏବଂ ବ୍ୟବହାରିକତା ଉପରେ ନିହିତ। ଭାରତୀୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକର ଶୁଣାଣି କରି ବିଚାରପତି ସୁଧାଂଶୁ ଧୂଲିଆ ଏବଂ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ କହିଛନ୍ତି ଯେ, “ଆପଣଙ୍କର (ECI) ପ୍ରକ୍ରିୟା ସମସ୍ୟା ନୁହେଁ ବରଂ ସମୟ ସମସ୍ୟା… ବିହାରରେ ଏସଆଇଆରକୁ ନଭେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସହିତ କାହିଁକି ଯୋଡାଯାଉଛି? ନିର୍ବାଚନ ସମୟଠୁ ପୃଥକ କାହିଁକି କରାଯାଇପାରିବ ନାହିଁ?” ବିଚାରପତି ଧୂଲିଆ କହିଛନ୍ତି, “ଭୋଟର ତାଲିକା ଚୂଡ଼ାନ୍ତ ହେବା ପରେ, କୋର୍ଟ ଏହାକୁ ସ୍ପର୍ଶ…

Read More