Author: Sarasinee Subudhi

ପୁଣି ଦଳ ବିରୋଧରେ ତେରଛା ବାଣ ମାରିଛନ୍ତି ଶଶି ଥରୁର। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଜରୁରୀକାଳୀନ ପରିସ୍ଥିତିର କଡ଼ା ସମାଲୋଚନା କରିବା ସହ ସିଧାସଳଖ ନେହେରୁ-ଗାନ୍ଧୀ ପରିବାରକୁ ଟାର୍ଗେଟ କରି ପୁଣି ଥରେ ଦଳ ଭିତରେ ବିବାଦ ସୃଷ୍ଟି କରିଛନ୍ତି। ମାଲାୟଲମ ଦୈନିକ ଦୀପିକାରେ ପ୍ରକାଶିତ ଏକ ସମ୍ପ୍ରତି ଲେଖା ଏବେ ବେଶ ଭାଇରାଲ ହୋଇଛି, ସେଥିରେ ଥରୁର ଜରୁରୀକାଳୀନ ପରିସ୍ଥିତିକୁ ଭାରତର ଗଣତାନ୍ତ୍ରିକ ଇତିହାସର ଏକ “କଳା ଯୁଗ” ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ସେହି ସମୟ ମଧ୍ୟରେ ଘଟିଥିବା “ଅକଥନୀୟ ଅତ୍ୟାଚାର” ବିଷୟରେ ଉଲ୍ଲେଖ କରିଛନ୍ତି। ଥରୁର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ କଠୋର ପଦକ୍ଷେପ ନେବା ଏବଂ ତାଙ୍କ ପୁଅ ସଞ୍ଜୟ ଗାନ୍ଧୀଙ୍କୁ ଗ୍ରାମାଞ୍ଚଳରେ ବଳପୂର୍ବକ ବନ୍ଧ୍ୟାକରଣ ଏବଂ ହିଂସା ସମେତ “ଭୟାନକ ଅତ୍ୟାଚାର” କରିବାର ଅଭିଯୋଗ କରିଛନ୍ତି। ୧୯୭୫ ରୁ ୧୯୭୭ ମଧ୍ୟରେ ୨୧ ମାସର ଜରୁରୀକାଳୀନ ପରିସ୍ଥିତି ସମୟରେ ଥରୁର ମୌଳିକ…

Read More