Author: Sarasinee Subudhi

ରାତି ପାହିଲେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତେବେ ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଭବନ ବେଶ ଚଳଚଞ୍ଚଳ ହୋଇଛି। ଏହା ପୂର୍ଵରୁ ଓପିସିସି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଏହି ଦିନିକିଆ ଗସ୍ତର ଲକ୍ଷ୍ୟ ହେଉଛି ଆଗାମୀ ନିର୍ବାଚନୀ ପ୍ରତିଯୋଗିତା ପାଇଁ ଓଡ଼ିଶାରେ ଦଳର ଭୂମି ଗଠନକୁ ମଜବୁତ କରିବା। ଏହା ଏକତା ଏବଂ ସାମାଜିକ ନ୍ୟାୟର ଏକ ଦୃଢ଼ ବାର୍ତ୍ତା ମଧ୍ୟ ପଠାଇବ, ଯାହା ରାଜ୍ୟରେ ଭବିଷ୍ୟତର ରାଜନୈତିକ ଅଭିଯାନ ପାଇଁ ମୂଳଦୁଆ ସ୍ଥାପନ କରିବ।” କାର୍ଯ୍ୟକ୍ରମର ବିବରଣୀ ସେୟାର କରି ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେସି ଭେନୁଗୋପାଳ ରହିବେ, ଭୁବନେଶ୍ୱରରେ ପହଞ୍ଚିବା ପରେ ବିରମୁଣ୍ଡା ପଡ଼ିଆରେ ଦିନ ୧ଟାରେ ଆୟୋଜିତ ‘ସମ୍ବିଧାନ ବଚାଓ ସମାବେଶ’ କାର୍ଯ୍ୟକ୍ରମରେ ଯୋଗ ଦେବେ। “ବରିଷ୍ଠ…

Read More