What's Hot
Author: Sarasinee Subudhi
ଭାରତୀୟ ଟିଭି ଚ୍ୟାନେଲକୁ ମୁଲ୍ଲା, ମିଆଁ ଏବଂ ଭାଇ ଜାନ ଫେରି ଆସିଛନ୍ତି। ଏବଂ ‘ଲଭ୍ ଜିହାଦ’ ମଧ୍ୟ। ହିନ୍ଦୀ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲଗୁଡ଼ିକରେ ମୁସଲମାନମାନେ ଖବରର ଶିରୋନାମା ପାଲଟିଛନ୍ତି ସମସ୍ତ ଭୁଲ କାରଣ ପାଇଁ। ତେବେ ନୂଆ କ’ଣ? ମହମ୍ମଦ ସିରାଜ ହୁଏତ ଏଜବାଷ୍ଟନରେ ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ବିଜୟର ନାୟକ ହୋଇପାରନ୍ତି, କିନ୍ତୁ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲଗୁଡ଼ିକରେ ଅନ୍ୟ ମୁସଲମାନମାନଙ୍କୁ ଦୁଷ୍ଟ ଉପାଦାନ ଭାବରେ ଦେଖାଯାଏ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ପରେ, ହିନ୍ଦୀ ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ମୁସଲମାନମାନଙ୍କୁ ଦାନବ ସଜେଇବାରେ ଟିକିଏ ବି ହେଳା କରୁନାହାନ୍ତି । ଅପରସେନ ସିନ୍ଦୂର ପରେ, ଇସ୍ରାଏଲ-ଇରାନ-ଆମେରିକା ବିବାଦର ଖବର ପ୍ରାଧାନ୍ୟ ପାଇଥିଲା। ଦୁଇ ମାସ ପାଇଁ, ହିନ୍ଦୀ ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ସିଧାସଳଖ ଯୁଦ୍ଧ କ୍ଷେତ୍ରକୁ ଚାଲିଯାଇଥିଲେ।ଏବେ, ସେମାନେ ହିନ୍ଦୁ-ମୁସଲିମ ହାଏ-ହାଏକୁ ଫେରି ଆସିଛନ୍ତି। କିଛି ଉଦାହରଣ ହେଉଛି: ଚ୍ୟାନେଲଗୁଡ଼ିକ ଉତ୍ତରାଖଣ୍ଡରେ କାଉଡିଆ ଶୋଭାଯାତ୍ରାର…
