Author: Sarasinee Subudhi

ତାଇୱାନ ନିକଟରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି, ଯାହା ଦଶ ଦିନ ଧରି ଚାଲିବ। ତାଇୱାନ ଏହା ଜାଣିବାକୁ ଚାହୁଁଛି ଯେ ଯଦି ଚୀନ ଆକ୍ରମଣ କରେ ତେବେ ଏହାର ସ୍ଥିତି କ’ଣ ହେବ। ଏହି ଖବର ମିଳିବା ମାତ୍ରେ ଚୀନର ସେନା ତାଇୱାନ ନିକଟରେ ସମୁଦ୍ରରେ ନିଜର ସୈନ୍ୟ ମୁତୟନ କରିଛି। ଚୀନର ସେନା ନିଜର ଟ୍ୟାଙ୍କ ବୋଟ ସହିତ ଶକ୍ତି ପ୍ରଦର୍ଶନ କରୁଛି, ଯାହା ଦ୍ୱାରା ସେଠାରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ରୁଷ-ୟୁକ୍ରେନ ଯୁଦ୍ଧ ହେଉ, ଇରାନ-ଇସ୍ରାଏଲ ବା ନିକଟରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଉତ୍ତେଜନା, ସବୁଠାରେ ପ୍ରଯୁକ୍ତି ସହାୟତାରେ ଯୁଦ୍ଧ ଲଢ଼ିବାର ତଥ୍ୟ ସାମ୍ନାକୁ ଆସିଛି। ଜଳ, ସ୍ଥଳ ଓ ଆକାଶ, ତିନି କ୍ଷେତ୍ରରେ ନୂଆ-ନୂଆ ଅସ୍ତ୍ରଶସ୍ତ୍ର ଓ ଯାନ ବିକଶିତ ହେଉଛି। ବିଶ୍ୱର ଦେଶମାନେ ଅସ୍ତ୍ରଶସ୍ତ୍ର ଉତ୍ପାଦନର ଅନ୍ଧ ସୁଡ଼ଙ୍ଗରେ ପ୍ରବେଶ କରୁଛନ୍ତି। ଏହା ମଧ୍ୟରୁ ଗୋଟିଏ ହେଉଛି…

Read More