Author: Sarasinee Subudhi

ସ୍ଵଚ୍ଛତା ପାଇଁ ରାଜ୍ୟର ୩ଟି ସହରକୁ ପୁରସ୍କାର ପ୍ରଦାନ କରାଯିବ। ଏହି ସହର ଗୁଡ଼ିକ ମଧ୍ୟରେ ରହିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର, ଆସିକା ଏବଂ ଚିକିଟି। ସ୍ଵଚ୍ଛ ସର୍ବେକ୍ଷଣ ରାଙ୍କିଙ୍ଗରେ ପୁଣି ରାଜ୍ୟରେ ଭୁବନେଶ୍ବର ମହାନଗର ନିଗମ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛି। ଭୁବନେଶ୍ବରକୁ ମନ୍ତ୍ର।ଳୟ ପୁରସ୍କାର(ରାଜ୍ୟ ସ୍ତରୀୟ) ବିଭାଗରେ ଚୟନ କରାଯାଇଛି। କେନ୍ଦ୍ର ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ। ଅସନ୍ତା ୧୭ ତାରିଖରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ହେବାକୁ ଥ‌ିବା ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବ। ଗତବର୍ଷ ଭୁବନେଶ୍ଵର ସର୍ବେକ୍ଷଣ ତାଲିକାରେ ୩୨ତମ ସ୍ଥାନରେ ରହିଥିଲା। ଚଳିତବର୍ଷ ଏହାର ରାଙ୍କିଂ ବୃଦ୍ଧି ପାଇଛି ବୋଲି ଅନୁମାନ କରାଯାଉଛି। ସେହିପରି ଅସିକା ଏନ୍‌ଏସ୍‌ସିର ମଧ୍ୟ ସ୍ଥାନ ରହିଛି। ଆସିକାକୁ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରାଯିବ। ଏନ୍ଏସିରେ…

Read More