Author: Sarasinee Subudhi

ଶ୍ରଦ୍ଧାଞ୍ଜଳି: ଶ୍ରୀକାନ୍ତ ଦାସ (୧୯୪୬-୨୦୨୫) ବିଶିଷ୍ଟ ସଂଗୀତକାର ତଥା ଗୀତିକାର ଶ୍ରୀକାନ୍ତ ଦାସ ଆଉ ନାହାନ୍ତି। ଏଣିକି ତାଙ୍କ କଣ୍ଠରୁ ଆଉ ଶୁଭିବ ନାହିଁ ଆସୁଛି ‘ଆମ ସାହି ମେଢ଼ ଆସୁଛି’ କି ‘ଚାଲିଲା ଗାଡ଼ି ବାଦାମବାଡ଼ି”। ପ୍ରାୟ ଅଶୀ ବର୍ଷ ବୟସରେ ତାଙ୍କର ଶେଖ ବଜାର ସ୍ଥିତ ବାସଭବନରେ ପରଲୋକ ଘଟିଛି। କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ‘ମାଟିଆ ଗ୍ରାମରେ ଜନ୍ମିତ ଶ୍ରୀକାନ୍ତ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ରବିବାର ରାତିରେ ତାଙ୍କର ଦେହାନ୍ତ ଖବର ପାଇବା ପରେ ଓଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ କଣ୍ଠଶିଳ୍ପୀ, ଗୀତିକାର, ସଂଗୀତ ନିର୍ଦ୍ଦେଶକ ଓ ସର୍ବୋପରି ତାଙ୍କୁ ଭଲ ପାଉଥ‌ିବା ସଂଗୀତପ୍ରେମୀ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସତୀଚଉରାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆକାଶର ବୁକୁ ଚିରି, ଜହ୍ନ ହସେ କିରିକିରି, ସକଳତୀର୍ଥ ତୋ ଚରଣେ, ଚାଲିଲା ଗାଡ଼ି ବାଦାମବାଡ଼ି, ଚାଲ୍ ପଳାଇଯିବା ଛାଡ଼ି ଆମେ…

Read More