Author: Sarasinee Subudhi

ସୋମବାର ଦିନ ସୁପ୍ରିମକୋର୍ଟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଯାହା ଜଣେ ସ୍ୱାମୀଙ୍କୁ ତାଙ୍କ ସ୍ତ୍ରୀଙ୍କ ଗୁପ୍ତ ରେକର୍ଡିଂ ଫୋନ୍ କଲ୍ ଛାଡପତ୍ର ପ୍ରକ୍ରିୟାରେ ପ୍ରମାଣ ଭାବରେ ବ୍ୟବହାର କରିବାକୁ ବାରଣ କରିଥିଲା। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପୂର୍ବରୁ କହିଥିଲେ ଯେ, ପତ୍ନୀଙ୍କ ଅଜାଣତରେ ତାଙ୍କ ଟେଲିଫୋନ୍ ବାର୍ତ୍ତାଳାପ ରେକର୍ଡ କରିବା ତାଙ୍କ ଗୋପନୀୟତାର ମୌଳିକ ଅଧିକାରର “ସ୍ପଷ୍ଟ ଉଲ୍ଲଂଘନ”। “ଯଦି ବିବାହ ଏପରି ସ୍ତରରେ ପହଞ୍ଚିଛି ଯେ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପର ଉପରେ ସକ୍ରିୟ ଭାବରେ ଗୁପ୍ତଚରୀ କରୁଛନ୍ତି, ତେବେ ଏହା ନିଜେ ଏକ ଭଙ୍ଗା ସମ୍ପର୍କର ଲକ୍ଷଣ ଏବଂ ସେମାନଙ୍କ ମଧ୍ୟରେ ବିଶ୍ୱାସର ଅଭାବକୁ ପ୍ରତିଫଳିତ କରେ,” ବିଚାରପତି ବିଭି ନାଗାରଥନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏପରି ଗୁପ୍ତ ଭବରେ ରେକର୍ଡିଂ ହୋଇଥିବା କଥାବାର୍ତ୍ତା ପ୍ରକୃତରେ ବୈବାହିକ ବିବାଦରେ ଗ୍ରହଣୀୟ…

Read More