Author: Sarasinee Subudhi

ଭାରତର ମହାକାଶ ଅଭିଯାନରେ ଆଉ ଏକ ଐତିହାସିକ ମୁହୂର୍ତ୍ତ ପ୍ରକାଶ ପାଇବାକୁ ଯାଉଛି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) ରେ ୧୮ ଦିନ ରହଣି ପରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଏବେ ପୃଥିବୀକୁ ଫେରିବାକୁ ପ୍ରସ୍ତୁତ ହୋଇଛନ୍ତି, ତାଙ୍କ ସହ ଅନ୍ୟ ମହାକାଶଚାରୀ ମଧ୍ୟ ପୃଥିବୀ ଫେରିବ । ଆକ୍ସିଓମ-୪ ମିଶନ ଅଧୀନରେ ତାଙ୍କର ଫେରିବା ସୋମବାର ସନ୍ଧ୍ୟାରେ ଆରମ୍ଭ ହେବ। ଏହି ମିଶନ ଭାରତ ସମେତ ହଙ୍ଗେରୀ ଏବଂ ପୋଲାଣ୍ଡ ପାଇଁ ମଧ୍ୟ ମହାକାଶ ପର୍ତ୍ତ୍ୟାବର୍ତ୍ତନର ଏକ ଉଦାହରଣ, କାରଣ ଏହି ଦେଶଗୁଡ଼ିକ ଚାରି ଦଶନ୍ଧି ପରେ ପୁଣି ଥରେ ମହାକାଶ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି। ଶୁଭାଂଶୁ ଶୁକ୍ଲା ଏବଂ ତାଙ୍କ ଦଳ ସୋମବାର ଅପରାହ୍ନ ୨ଟାରେ ଡ୍ରାଗନ୍ ମହାକାଶଯାନରେ ଚଢ଼ିଛନ୍ତି । ମହାକାଶ କେନ୍ଦ୍ରରୁ ଅନଡକିଂ ୪:୩୫ ରେ ହେବ। ଏହା ପରେ, ୨୨.୫ ଘଣ୍ଟା ଯାତ୍ରା ପରେ ମଙ୍ଗଳବାର ଅପରାହ୍ନ ୩:୦୧ରେ କାଲିଫର୍ନିଆ ଉପକୂଳ ନିକଟରେ…

Read More