Author: Sarasinee Subudhi

ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ କଲେଜରେ ଯେଉଁ ଘଟଣା ଘଟିଲା ତାହାକୁ ନେଇ ବିଭିନ୍ନ ଦଳର ବୟାନବାଜି ଚାଲିଥିବା ବେଳେ ତନାଘନା ଚାଲିଛି ତଦନ୍ତ। ପୂର୍ବରୁ ବିଭାଗର ମୁଖ୍ୟ ତଥା ଏଚଓଡ଼ି ଗିରିଫ ହୋଇଥିବା ବେଳେ। ଆଜି ମାମଲାରେ ଏଫଏମ କଲେଜର ନିଲମ୍ୱିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ ହୋଇଛନ୍ତି। ଦିଲ୍ଲୀପ ଘୋଷଙ୍କୁ ଗିରଫ କରିଛି ସହଦେବ ଖୁଣ୍ଟା ପୁଲିସ । ନିଲମ୍ୱିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଏହି ଘଟଣାକୁ ଦବେଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏଫଏମ କଲେଜ ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ପ୍ରଫେସର ଫିରୋଜ ପାଢ଼ୀ ନୂଆ ଅଧ୍ୟକ୍ଷ ହୋଇଛନ୍ତି। ତେବେ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକଶ କରିବା ସହ କହିଛନ୍ତି, ଏହା ଏକ ଦୁର୍ଘଟଣା, ଏହିଭଳି ଘଟଣାକୁ ଯେତେ ନିନ୍ଦା କଲେ ବି କମ ପଡିବ। ରାଜ୍ୟ ସରକାର ଏଥିପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି…

Read More