Author: Sarasinee Subudhi

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ବସିଥିବା ଓଡ଼ିଶା କ୍ୟାବିନେଟ୍ ବୈଠକରେ ୧୧ଟି ବିଭାଗର ୧୩ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଯେଉଁଥିରେ ରାଇରଙ୍ଗପୁରରେ ଏକ ନୂତନ ପୋଲିସ ଜିଲ୍ଲା ଗଠନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପୂର୍ବ ମୟୂରଭଞ୍ଜ ପୋଲିସ ଜିଲ୍ଲାକୁ ବିଭାଜିତ କରି ଏହି ନୂଆ ପୋଲିସ ଜିଲ୍ଲା ଗଠନ ହେବ । ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଉଭୟ ପୋଲିସ ଜିଲ୍ଲାରେ ପ୍ରଭାବି ପୋଲିସ ବ୍ୟବସ୍ଥା ଏବଂ ଦକ୍ଷ ସାର୍ବଜନୀନ ସେବା ପ୍ରଦାନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। “ଏହି ନୂତନ ଭାବରେ ସୃଷ୍ଟି ହୋଇଥିବା ରାଇରଙ୍ଗପୁର ପୋଲିସ ଜିଲ୍ଲାରେ ୨ ଜଣ ଏସଡିପିଓ(SDPO) (ଏସଡିପିଓ ରାଇରଙ୍ଗପୁର ଏବଂ ଏସଡିପିଓ କରଞ୍ଜିଆ) ଏବଂ ୧୪ ଟି ପୋଲିସ ଷ୍ଟେସନ ରହିବ – ରାଇରଙ୍ଗପୁର, ରାଇରଙ୍ଗପୁର ଟାଉନ୍, ବାଦାମପାହାଡ଼, ଗୋରୁମହିଷିଆନାଇ, ବିସୋଇ, ତିରିଂ, ବହଳଦା, ଜାମଦା, କରଞ୍ଜିଆ, ଠାକୁରମୁଣ୍ଡା, ମହୁଲାଡିହା, ରାରୁଆଁ, ଘାଗରବେଡା ଏବଂ ଜଶିପୁର,” ଏଥିରେ…

Read More