Author: Sarasinee Subudhi

ଆରମ୍ଭ ହୋଇଛି ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା। ଶୁକ୍ରବାର ଜାରି ହୋଇଥିବା ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନିର୍ବାଚନ କମିଶନ ଜଣେ ରିଟର୍ଣ୍ଣିଂ ଅଧିକାରୀ ଏବଂ ସହାୟକ ରିଟର୍ଣ୍ଣିଂ ଅଧିକାରୀଙ୍କୁ ନିଯୁକ୍ତି ଦେଇ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ, ଜୁଲାଇ ୨୧ ତାରିଖ ସନ୍ଧ୍ୟାରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ହଠାତ୍ ଉପରାଷ୍ଟ୍ରପତି ପଦର ଇସ୍ତଫା ଦେଇଥିବା ବେଳେ ଏବେ ଏହି ସାମ୍ବିଧାନିକ ପଦବୀ ଖାଲି ପଡ଼ିଛି। ତେଣୁ ଶୀଘ୍ର ନିର୍ବାଚନ ଜରୁରୀ ହୋଇପଡ଼ିଛି। ରାଜ୍ୟସଭାର ମହାସଚିବ ପିସି ମୋଦୀ ରିଟର୍ଣ୍ଣିଂ ଅଧିକାରୀ ଭାବରେ ନିର୍ବାଚନ ତଦାରଖ କରିବେ, ଯେତେବେଳେ କି ଯୁଗ୍ମ ସଚିବ ଗରିମା ଜୈନ ଏବଂ ରାଜ୍ୟସଭା ସଚିବାଳୟର ନିର୍ଦ୍ଦେଶକ ବିଜୟ କୁମାରଙ୍କୁ ସହକାରୀ ରିଟର୍ଣ୍ଣିଂ ଅଧିକାରୀ ଭାବରେ ନିଯୁକ୍ତି ଦିଆଯାଇଛି। ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ବିଜେପି ନେତୃତ୍ୱାଧୀନ ଶାସକ ମେଣ୍ଟ ଏବଂ ବିରୋଧୀ ଦଳ ମଧ୍ୟରେ…

Read More