Author: Sarasinee Subudhi

ଇସ୍ରାଏଲ ତାର ସମସ୍ତ ଗୁଇନ୍ଦା ସୈନିକ ଓ ଅଧିକାରୀମାନଙ୍କ ପାଇଁ ଇସଲାମ ଓ କୁରାନ ଅଧ୍ୟୟନକୁ ବାଧ୍ୟତାମୂଳକ କରିଛି। ଇସ୍ରାଏଲର ସେନା ଅର୍ଥାତ ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ (ଆଇଡିଏଫ)ର ଗୁଇନ୍ଦା ନିର୍ଦ୍ଦେଶାବଳୀ ତାର ସମସ୍ତ ସୈନିକ ଓ ଅଧିକାରୀମାନଙ୍କ ପାଇଁ ଆରବୀ ଭାଷା ଶିକ୍ଷାକୁ ମଧ୍ୟ ବାଧ୍ୟତାମୂଳକ କରିଛି। ଆଇଡିଏଫ ଗୁଇନ୍ଦା ନିର୍ଦ୍ଦେଶାଳୟ ସାମ୍ପ୍ରତିକ ବର୍ଷଗୁଡିକରେ ନିଜର ଗୁଇନ୍ଦା ବିଫଳତା ପରେ ଏହି ପଦକ୍ଷେପ ଗ୍ରହଣ କରିଛି। ଦି ଜେରୁସାଲେମ ପୋଷ୍ଟ ଅନୁସାରେ, ଆଇଡିଏଫ ଗୁଇନ୍ଦା ନିର୍ଦ୍ଦେଶାଳୟ ୨୦୨୩ ଅକ୍ଟୋବରରେ ଗୁଇନ୍ଦା ବିଫଳତା ପରେ ତାର ଆରବୀ ଭାଷା ଓ ଇସଲାମିକ ସାଂସ୍କୃତିକ ଅଧ୍ୟୟନ କାର୍ଯ୍ୟକ୍ରମରେ ବ୍ୟାପକ ସୁଧାର ଲାଗୁ କରୁଛି। ଏହା ଅମନ ମୁଖ୍ୟ ମେଜର ଜେନେରାଲ ଶ୍ଲୋମି ବାଇଣ୍ଡରଙ୍କ ଦ୍ୱାରା କରାଯାଇଥିବା ଅନେକ ପ୍ରମୁଖ ପଦକ୍ଷେପ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି । ଇସ୍ରାଏଲର ସାମରିକ ଗୁଇନ୍ଦା ନିର୍ଦ୍ଦେଶାଳୟକୁ ହିବ୍ରୁରେ ଅମନ କୁହାଯାଏ। ଅମନର ନୂଆ ନିର୍ଦ୍ଦେଶ ଅନୁସାରେ,…

Read More