Author: Sarasinee Subudhi

ଦିନକୁ ଧରାପଡୁଛନ୍ତି ଜଣେ ଦୁର୍ନୀତିଗ୍ରସ୍ତ ବାବୁ। ବିଏମସି ଇଂଜିନିୟର ପରେ ଧରାପଡ଼ିଛନ୍ତି ଡେପୁଟି ରେଞ୍ଜର। ଜଙ୍ଗଲ ବିଭାଗ ବାବୁଙ୍କ ଧନ ଦେଖି ଅଧିକାରୀ ହେଲେ ଆଶ୍ଚର୍ଯ୍ୟ। ଜୟପୁର ବନଖଣ୍ଡ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଚଢାଉ କରିଥିବା ବେଳେ ଟଙ୍କା ଗଣି ଗଣି ହାଲିଆ ହେଲେଣି ଅଧିକାରୀ। ଆଜି ଭିଜିଲାନ୍ସ ୬ଟି ସ୍ଥାନରେ ଚଢାଉ କରିଥିବା ବେଳେ ମିଳିଛି ଦେଢ କୋଟି ଟଙ୍କା ସହ ଅଧା କିଲୋ ସୁନା ଓ ୧ କିଲୋ ରୂପା ଜବତ କରିଛି । ୬ ଡିଏସ୍ପି, ୫ ଇନ୍ସପେକ୍ଟର ଓ ୯ ଏଏସଆଇ ଚଢ଼ାଉରେ ସାମିଲ ରହିଥିବା ବେଳେ ଜୟପୁରର ୪ଟି ଓ ଭୁବନେଶ୍ୱରର ଗୋଟିଏ ଜାଗାରେ ଚାଲିଛି ଚଢ଼ାଉ। ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ଆଖି ଖୋସି ହେଲା ଭଳି ଲକର ଭର୍ତ୍ତି ଟଙ୍କା ମିଳିଛି। ଏହାସହ ଘରୁ ମିଳିଛି ୧୬ ସ୍ଵର୍ଣ୍ଣମୁଦ୍ରା ସହିତ…

Read More