Author: Sarasinee Subudhi

ବର୍ଷା ଆସିଲା ଭୟ ବଢିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଭୁବନେଶ୍ୱରରେ ଡେଙ୍ଗୁ ପ୍ରଶାସନ ଆଉ ରାଜଧାନୀବାସୀଙ୍କ ମୁଣ୍ଡ ବିନ୍ଧା କାରଣ ପାଲଟିଲାଣି। ଗତ କିଛି ଦିନ ମଧ୍ୟରେ ରାଜଧାନୀର ବିଭିନ୍ନ ଅଂଚଳରେ ସଂକ୍ରମଣ ନିରନ୍ତର ବୃଦ୍ଧି ପାଉଛି। ମଶା ବାହିତ ଏହି ରୋଗର ମାମଲା ଧୀରେ ଧୀରେ ସାମ୍ନାକୁ ଆସିବା ସହିତ ରାଜଧାନୀ ସହରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (BMC) ଅନୁଯାୟୀ, ସହରରେ ବର୍ତ୍ତମାନ ୪୦ ରୁ ୪୫ ଜଣ ସକ୍ରିୟ ମାମଲା ରହିଛି। ଚଳିତ ବର୍ଷ ଜାନୁଆରୀ ମାସରୁ, ମୋଟ ୧୬୭ ଡେଙ୍ଗୁ ମାମଲା ରିପୋର୍ଟ ହୋଇଛି, କେବଳ ଜୁଲାଇ ମାସରେ ୯୬ଟି ମାମଲା ରେକର୍ଡ କରାଯାଇଛି। ବର୍ତ୍ତମାନ, କ୍ୟାପିଟାଲ ହସ୍ପିଟାଲରେ ପାଞ୍ଚ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି, କେବଳ ଗୁରୁବାର ଚାରି ଜଣ ନୂତନ ଡେଙ୍ଗୁ ମାମଲା ଚିହ୍ନଟ ହୋଇଛି। ଜୁଲାଇ ୧ରୁ ୨୪…

Read More