Author: Sarasinee Subudhi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ସଂସଦରେ ଅପରେସନ ସିନ୍ଦୂର ବିଷୟରେ ଆଲୋଚନା କରିବା ସମୟରେ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାର କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ ପାକିସ୍ତାନର ସର୍ତ୍ତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏପରି ଏକ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ ଯେଉଁଥିରେ ଭାରତକୁ ବନ୍ଧ ସଫା କରିବାର ଅଧିକାର ମଧ୍ୟ ନଥିଲା। ଏପରିକି ବନ୍ଧର ଏକ ଗେଟକୁ ଏପରି ୱେଲ୍ଡ କରାଯାଇଥିଲା ଯେ ଏହାକୁ କୌଣସି ପ୍ରକାରେ ଖୋଲାଯାଇପାରିବ ନାହିଁ। ସୂଚନା ଯୋଗ୍ୟ ଯେ, ଜମ୍ମୁ ଏବଂ କାଶ୍ମୀରର ପହଲଗାମରରେ ଆତଙ୍କବାଦୀ ଆକ୍ରମଣର ପରଦିନ, ୨୨ ଏପ୍ରିଲରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ରଦ କରି ଦେଇଥିଲା ଏବଂ ଏହି ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା। ‘ବନ୍ଧ ଆମର, ପାଣି ଆମର… ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ “ଦେଶ ଆଶ୍ଚର୍ଯ୍ୟ ହୋଇଯିବ…ଏହି ଜିନିଷଗୁଡ଼ିକୁ ଲୁଚାଇ ରଖାଯାଇଛି, ଦବାଇ ଦିଆଯାଇଛି…ଯେତେବେଳେ କୌଣସି ସ୍ଥାନରେ ବନ୍ଧ ନିର୍ମାଣ…

Read More