Author: Sarasinee Subudhi

ବୁଧବାର ରାଜ୍ୟସଭାରେ ଅପରେସନ ସିନ୍ଦୂର ଉପରେ ଚାଲିଥିବା ସ୍ୱତନ୍ତ୍ର ଅଧିବେଶନରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଜୟରାମ ରମେଶଙ୍କ ଉପରେ ବର୍ଷିଥିଲେ। ବୈଦେଶିକ ମନ୍ତ୍ରୀ ରାହୁଲ ଗାନ୍ଧୀ ଏବଂ ଜୟରାମ ରମେଶଙ୍କୁ ଆତ୍ମଘୋଷିତ ‘ଚୀନ୍ ଗୁରୁ’ ବୋଲି କହିଥିଲେ। ବିରୋଧୀଙ୍କ ସମାଲୋଚନାର ଜବାବ ଦେଇ ଜୟଶଙ୍କର କହିଥିଲେ, ‘ଆଜି ମହାଶୟ, ଲୋକମାନେ ଚୀନ ବିଷୟରେ ବହୁତ ଜ୍ଞାନ ଦେଉଛନ୍ତି। ପ୍ରକୃତରେ, କିଛି ଲୋକ କହିଛନ୍ତି ଯେ ମୁଁ ଚୀନ ବିଷୟରେ ଅଧିକ ଜାଣିନାହିଁ।’ ଏବେ ଚୀନ ମଧ୍ୟ ଜଣେ ଗୁରୁ ଜୟଶଙ୍କର ରାଜ୍ୟସଭାରେ କହିଥିଲେ, ‘ମହାଶୟ, ମୁଁ ବିଦେଶ ସେବାରେ ମାତ୍ର ୪୧ ବର୍ଷ ବିତାଇଛି ଏବଂ ମୁଁ ଚୀନରେ ସବୁଠାରୁ ଦୀର୍ଘ ସମୟ ଧରି ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଛି। କିନ୍ତୁ ଏବେ ଚୀନ ମଧ୍ୟ ଜଣେ ଗୁରୁ। ମହାଶୟ, ମୋ ସମ୍ମୁଖରେ ଜଣେ ସମ୍ମାନନୀୟ ସଦସ୍ୟ ବସିଛନ୍ତି, ଯାହାଙ୍କର ଚୀନ୍ ପ୍ରତି…

Read More