Author: Sarasinee Subudhi
ଆରଆଇ,ଏଆରଆଇ, ଅମିନ, ଆଇସିଡ଼ିଏସ,ଏସଏଫଏସ ପ୍ରିଲିମ୍ ପରୀକ୍ଷା ବାତିଲ କଲେ ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ(ଓଏସଏସଏସସି)। ଏନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଏନେଇ ଅଡ଼ିଶାର ଆଡ଼ଭୋକେଟ ଜେନେରାଲ(ଏଜି) ପୀତାମ୍ବର ଆଚାର୍ଯ୍ୟ। ଅଗଷ୍ଟ ୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ହେବାକୁ ଥିବା ମେନ୍ ପରୀକ୍ଷା ବି ବାତିଲ ହୋଇଛି। ୧୪ ଦିନ ଭିତରେ ସାନି ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ କରିବେ କମିଶନ ବୋଲି କୁହାଯାଇଛି। ତେବେ ଆଉ ସାନି ଆବେଦନ କରିବାକୁ ପଡ଼ିବନି ସମସ୍ତଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ମିଳିବ ବୋଲି କୁହାଯାଉଛି। ଗତ ବର୍ଷ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮, ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରିଲିମିନାରୀ ପରୀକ୍ଷାରେ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଥିଲା। ଏହାକୁ ନେଇ ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳସ୍ୱରୂପ ଓଏସଏସଏସସି ପକ୍ଷରୁ ପ୍ରିଲିମ୍ରେ ତ୍ରୁଟି ଅଭିଯୋଗ ପରେ ସମସ୍ତଙ୍କୁ ପାସ୍ କରାଯାଇଥିଲା, ମାତ୍ର ଏହା ପ୍ରକାଶିତ ବିଜ୍ଞପ୍ତି ନିୟମ ଉଲ୍ଲଙ୍ଘନ କରିଥିଲା ବୋଲି ପିଟିସନ୍ ହୋଇଥିଲା।…
