Author: Sarasinee Subudhi

ଏହି ରହସ୍ୟମୟ ଜିନିଷକୁ ଦେବତାମାନଙ୍କର ଖାଦ୍ୟ କୁହାଯାଉଥିଲା। କୁହାଯାଉଥିଲା ଯେ ଏହାକୁ ଖାଇଲେ କୌଣସି ମଣିଷ ୧୦୦-୧୫୦ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ସୁସ୍ଥ ଭାବେ ଜୀବନ ଯାପନ କରିପାରିବ। ତାକୁ କୌଣସି ରୋଗ ଟିକେ ବି ଛୁଇଁ ପାରିବ ନାହିଁ। ଭାରତ, ଚୀନ, ଆମେରିକା, ଇଟାଲୀ ସମେତ ସମଗ୍ର ବିଶ୍ୱରେ ସୁପରଫୁଡର ଢେର ଚାହିଦା ରହିଛି । ଏପରିକି ମିଶରର ଫାରୋ ସଭ୍ୟତାର ରାଜା-ମହାରାଜାମାନେ ମଧ୍ୟ ଏହାର ଦୀବାନା ଥିଲେ। ଛତୁର ପ୍ରଥମ ବ୍ୟବହାର ଚୀନରୁ ଆରମ୍ଭ ହୋଇଥିଲା ୱିକିପିଡ଼ିଆ ଅନୁସାରେ, ମଶରୁମ ବା ଛତୁର ସବୁଠାରୁ ପୁରୁଣା ପ୍ରମାଣ ଚିଲିରେ ମିଳିଛି, ଯେଉଁଠାରେ ୧୩,୦୦୦ ବର୍ଷ ପୂର୍ବର ମଶରୁମ ମିଳିଥିଲା। ଯଦିଓ ମଶରୁମର ଘରୋଇ ବ୍ୟବହାର ସର୍ବପ୍ରଥମେ ଚୀନରେ ୮୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ସେହି ସମୟରେ ଚୀନରେ ଏହାର ଚାଷ ଆରମ୍ଭ ହୋଇଥିଲା। ଏହା ବ୍ୟତୀତ, ପ୍ରାଚୀନ ମିଶରରେ ମଧ୍ୟ ଖାଦ୍ୟରେ ଏହାର ବ୍ୟବହାରର ଉଲ୍ଲେଖ ମିଳେ।…

Read More