Author: Sarasinee Subudhi

ଭାରତୀୟ ବାୟୁସେନା ଦ୍ୱାରା ପରିଚାଳିତ ଅପରେସନ ସିନ୍ଦୁର କେବଳ ଏକ ସାମରିକ ଅଭିଯାନ ନଥିଲା, ବରଂ ଏହା ଭାରତର ରଣନୀତିକ ପରିପକ୍ୱତା, ଟେକ୍ନିକାଲ ଅଗ୍ରଗତି ଏବଂ ଅସାଧାରଣ ଯୋଜନାର ପ୍ରତୀକ ଥିଲା। ଏହି ଅପରେସନ ଅଧୀନରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀ ଠିକଣା ଉପରେ ସଠିକ ଏବଂ ଶକ୍ତିଶାଳୀ ଆକ୍ରମଣ କରିଥିଲା। ଏହି ଅପରେସନରେ ଭାରତ ନିଜର ଅତ୍ୟାଧୁନିକ ଫାଇଟର ଜେଟ ରାଫେଲକୁ ବ୍ୟବହାର କରିଥିଲା, ଯାହା ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ଚକମା ଦେଇ ନିଜର ଲକ୍ଷ୍ୟକୁ ନିଶାନା କରିଥିଲା। ଏହି ସମ୍ପୂର୍ଣ୍ଣ ଅଭିଯାନର ସବୁଠାରୁ ବିଶେଷ ବିଷୟ ଥିଲା ଯେ ପାକିସ୍ତାନକୁ ଆକ୍ରମଣ ହେବାର ଆଭାସ ପର୍ଯ୍ୟନ୍ତ ମିଳି ନଥିଲା, ଯେପର୍ଯ୍ୟନ୍ତ ଭାରତୀୟ ବିମାନଗୁଡ଼ିକ ଲକ୍ଷ୍ୟକୁ ଧ୍ୱଂସ କରି ନଥିଲେ। ପାକିସ୍ତାନୀ ମିଡ଼ିଆ ଏବଂ ସରକାରୀ ତନ୍ତ୍ର ଏହାକୁ ଅସ୍ୱୀକାର କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସାଟେଲାଇଟ ଇମେଜରୁ ଆରମ୍ଭ କରି…

Read More